ଦଳିତ ପୃଷ୍ଠଭୂମିରେ ଭାରତୀୟ ଲୋକ ସଂସ୍କୃତିର ଦାଗ : ‘ଭେଦ’ର ଆବିର୍ଭାବ
ଦଳିତ ପୃଷ୍ଠଭୂମିରେ ଭାରତୀୟ ଲୋକ ସଂସ୍କୃତିର ଦାଗ : ‘ ଭେଦ ’ ର ଆବିର୍ଭାବ --------------------------------------------------------------------------------- ‘ ଭେଦ ’ @ ଅଖିଳ ନାୟକ , ପଶ୍ଚିମା ପ୍ରକାଶନୀ , ଭୁବନେଶ୍ଵର , ବର୍ଷ-୨୦୧୪ , ମୂଲ୍ୟ- ୭୦ ଟଙ୍କା ସମସାମୟିକ ଓଡିଆ ସାହିତ୍ୟ ଧାରାରେ ଆକ୍ଷିକ ନାୟକ ଜଣେ ଅପ୍ରତିଦ୍ଵନ୍ଦୀ ଶିଳ୍ପୀ। ପ୍ରବୁଦ୍ଧ ଭାରତୀୟ ଲୋକ ସଂସ୍କୃତିରେ ଆଧୁନିକ ମୂଲ୍ଯବୋଧ , ସାମାଜିକ ନ୍ୟାୟ ଓ ଧର୍ମୀୟ ଜାଗରଣ ପ୍ରତି ଯେଉଁ ଦୃଷ୍ଟି ଆଜି ମଧ୍ୟ ଦାଗ ଭଳି ମଣିଷର ଚେତନା ସମାଜରେ ଲାଗି ରହିଛି , ତାହାର ହିଁ ଜ୍ଵଳନ୍ତ ଚିତ୍ର ‘ ଭେଦ ’ ( ୨୦୧୦) ଉପନ୍ୟାସରେ ପ୍ରସ୍ଫୁଟିତ ହୋଇଛି। ପ୍ରଥମ ଓଡିଆ ଦଳିତ ଉପନ୍ୟାସ ରୂପେ ସ୍ବୀକୃତ ଏହି କୃତିଟି ଅପେକ୍ଷାକୃତ ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ବୌଦ୍ଧିକ ବିମର୍ଶ ଦୃଷ୍ଟିରୁ ଏହାର ବିରାଟତ୍ଵ ବାରି ହୋଇପଡେ। ଜଗତୀକରଣ ଏବଂ ଶିକ୍ଷାର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ସମାଜରେ ଥିବା ଢାଞ୍ଚାଗତ ରୂଢି ଓ ମାନବୀୟ ବିକୃତି ବିରୁଦ୍ଧରେ ସାମାଜିକ ପ୍ରତିଷ୍ଠା ପାଇଁ ଲାଗି ରହିଥିବା ସଂଘର୍ଷ ଓ ଦଳିତ ଚେତନାରେ ଆତ୍ମବିଶ୍ବାସର ଉତ୍ଥାନ ଭଳି ପ୍ରସଙ୍ଗ ରଚନାଟିକୁ ଗବେଷଣାଧର୍ମୀ କରି ପାରିଛି। ‘ ଭେଦ ’ ଉପନ୍ୟାସର ନାମକରଣରୁ ହିଁ ଏହି ରଚନାର ଉଦ୍ଦେଶ୍ୟ ଅନୁମାନ କରିହୁଏ । ଜାତି ...