ଦମିତ ଲୋକାଭିବ୍ୟକ୍ତିର ସରଳ ଇସ୍ତାହାର : ଅଖିଳ ଅକ୍ଷର
ଦମିତ ଲୋକାଭିବ୍ୟକ୍ତିର ସରଳ ଇସ୍ତାହାର : ଅଖିଳ ଅକ୍ଷର
--------------------------------------------------------------
ଅଖିଳ ଅକ୍ଷର, @ଅଖିଳ ନାୟକ (Akhil Nayak), ପଶ୍ଚିମା ପବ୍ଲିକେଶନସ୍ : ଭୁବନେଶ୍ଵର, ସଂ- ୨୦୧୭, ମୂଲ୍ୟ-୨୧୦/-
--------------------------------------------------------------
ଅଖିଳ ଅକ୍ଷର, @ଅଖିଳ ନାୟକ (Akhil Nayak), ପଶ୍ଚିମା ପବ୍ଲିକେଶନସ୍ : ଭୁବନେଶ୍ଵର, ସଂ- ୨୦୧୭, ମୂଲ୍ୟ-୨୧୦/-
ସମକାଳୀନ ଓଡ଼ିଆ କବିତାର ରସାଣିତ ଅଥଚ ସୂକ୍ଷ୍ମ ବିଚାର ଦୃଷ୍ଟିକୁ ସରଳତାର ସଂପଦରେ ମଣ୍ଡି ଦେଉଥିବା କେତେଜଣ ଯୁବ କବିଙ୍କ ମଧ୍ୟରୁ ଅଖିଳ ନାୟକଙ୍କ ଅଭିବ୍ୟକ୍ତି ପ୍ରସଂଶନୀୟ।
ଉତ୍କୃଷ୍ଟ ଶବ୍ଦ-ଶିଳ୍ପୀ କବି ନାୟକଙ୍କ ରଚିତ 'ଅଖିଳ ଅକ୍ଷର' ତାଙ୍କ ଅନୁପଲବ୍ଧ (ବର୍ତ୍ତମାନ) ତଥା ପ୍ରାରମ୍ଭିକ ତିନୋଟି କବିତା ସଂକଳନ 'ଗାଧୁଆ ବେଳ', 'ଗୁଲି ଖଟି' ଏବଂ 'ଧୋବ ଫରଫର'ର ସଫଳ ସମାହାର। ଏ ସଂକଳନର କବିତା ସବୁ ପାଠକକୁ ଅନେକଗୁଡ଼ିଏ ପରିବେଶ, ପରିସ୍ଥିତି ଏବଂ ସୂକ୍ଷ୍ମତାର ବୌଦ୍ଧିକ ଉପସ୍ଥିତି ସହ ପରିଚୟ କରାଏ। ଲୋକ ସଂସ୍କୃତି ସହ ଲୋକ ଶବ୍ଦ ସବୁର ବ୍ୟବସ୍ଥିତ ପ୍ରୟୋଗ ସାଧାରଣ ମନେ ହେଉଥିଲେ ହେଁ କବି ବିଷୟବସ୍ତୁର ସମ୍ବେଦନଶୀଳତା ସହ କେବେ ସାଲିସ କରି ନାହାଁନ୍ତି। ଏକ ପ୍ରକାରେ କହିବାକୁ ଗଲେ ଜୀବନକୁ ଧରି ରଖିଥିବା ଛୋଟ-ଛୋଟ ଉପାଦାନ ସବୁର ପ୍ରତୀକାତ୍ମକ ପ୍ରୟୋଗ ତାଙ୍କ ରଚନାର ଆକାଶକୁ ଦେଇଛି ତାର୍କିକ ସଫଳତା। କବିତାର ଶୀର୍ଷକ ସବୁ ସହଜ (ଉ- ଚିର୍କୁଟ, ବଂକୁଲି ବାଡ଼ି, ଛୁଆ) ମନେ ହେଉଥିଲେ ମଧ୍ୟ ଅନ୍ତଃର୍ଜଗତ ଅତ୍ୟନ୍ତ ବ୍ୟାପକ; ଏଥିରେ ସନ୍ଦେହ ନାହିଁ। ବିଶେଷକରି ସମାଜ ଏବଂ ସମସାମୟିକ ଶାସନତନ୍ତ୍ର ପ୍ରତି ତାଙ୍କର କ୍ଷୋଭ ପରୋକ୍ଷରେ ଅନୁଭୂତ ହୁଏ। ଲୋକ ସଂସ୍କୃତି, ପରମ୍ପରାର ଆଳରେ ବିଶେଷତଃ 'ଲୋକ'କୁ ସଂଘର୍ଷର ସୂତ୍ରରେ ସଂସ୍ଥାପିତ କରିବାର ଅଭିନବ ପ୍ରୟାସ ତାଙ୍କ କବିତ୍ବକୁ ଦେଇଛି ମନ୍ତ୍ରମୁଗ୍ଧ ବିହ୍ଵଳତା। ପରିବର୍ତ୍ତନର ସତ୍ୟତାକୁ ହୃଦୟଙ୍ଗମ କରି କବି କୁହନ୍ତି -
"ରାତି ପାହିଲେ ନୂଆଁଖାଇ।
ଆ' ଆ'
ବାସନ ମାଜିବା
ନାଇଁତ, ଜଙ୍ଗଲକୁ ଯା',
ନଙ୍ଗଳା ହ'
ଫଳମୂଳ କଞ୍ଚା ମାଂସ ଖା।"
ଏମିତିରେ କବି ବାସନ ମାଜିବା ନୁହେଁ, ପରୋକ୍ଷରେ ସଂସ୍କୃତି, ପରମ୍ପରା, ଆଦର୍ଶ ଏବଂ ବିଚାରଧାରା ଆଦିକୁ ମାଜିବାର ଆହ୍ବାନ କରିଛନ୍ତି। ସଂକଳନରେ ଥିବା କବିତା ସବୁ ସରଳ ହୋଇଥିଲେ ମଧ୍ୟ ପରିବର୍ତ୍ତନର ଚେତନାରେ ଓତୋପ୍ରୋତ ବ୍ୟବହାରିକ ଲୋକ ସମସ୍ୟା ସହ ସେ ବସ୍ତୁତଃ ସଂଯୋଗ ସ୍ଥାପନ କରିବାର ସଫଳ ଚେଷ୍ଟା କରିଛନ୍ତି।
ଅନେକ ଭାବ/ବସ୍ତୁ ସହ ଗୁନ୍ଥା ହୋଇଥିବା ସଂକଳନର ପୃଷ୍ଠା ସବୁ ଜୀବନର ନାନାଦି ପରିଚ୍ଛେଦକୁ ପଢ଼ିବାର ସାମର୍ଥ୍ୟ ରଖେ। ଇତି ମଧ୍ୟରେ ରୋମାଣ୍ଟିକ ଚେତନା ସହ 'ବୋମା ଫୁଟିବା ଜରୁରୀ' ଭଳି ପ୍ରାସଙ୍ଗିକ କବିତା ସବୁ ନିଶ୍ଚିତ ପାଠକକୁ ଆକର୍ଷିତ କରିଥାଏ। ସଂଘର୍ଷକୁ, ପରିବର୍ତ୍ତନକୁ ଭଲପାଉଥିବା ଏ ସଂକଳନର କବିତା ସବୁ ନିର୍ବିବାଦେ ବିମର୍ଶଧର୍ମୀ
ଅଖିଳ ଅକ୍ଷର
Comments
Post a Comment