Posts

Showing posts from July, 2020

ଶୃଙ୍ଖଳାର ବେଡି ଭିତରୁ ପ୍ରେମର ଉଦଘୋଷ : ଏବେ ମୁଁ ପ୍ରେମରେ

Image
ଶୃଙ୍ଖଳାର ବେଡି ଭିତରୁ ପ୍ରେମର ଉଦଘୋଷ : ଏବେ ମୁଁ ପ୍ରେମରେ ----------------------------------------------------------------- ଏବେ ମୁଁ ପ୍ରେମରେ, @ଅପର୍ଣ୍ଣା ମହାନ୍ତି (Aparna Mohanty), ପକ୍ଷୀଘର ପ୍ରକାଶନୀ : ଭୁବନେଶ୍ଵର, ସଂ- ୨୦୧୬, ମୂଲ୍ୟ- ୧୫୦/- 'ଏବେ ମୁଁ ପ୍ରେମରେ' ସଂକଳନର କବିତା ସବୁ ଅଦୃଶ୍ୟ ଅଥଚ ଦୃଶ୍ୟମାନ ପ୍ରେମିକ ସହ ସମକାଳୀନ ଭାରତୀୟ ସ୍ତ୍ରୀ-ସତ୍ତା ବିଜ୍ଞାନର ଏକ ବିମର୍ଶମୂଳକ ବାର୍ତ୍ତାଳାପ; ଯେଉଁଥିରେ 'ପ୍ରେମ' ହିଁ ମୂଳଭାଵ ଏବଂ ସହ-ବିଷୟରେ ପ୍ରତିରୋଧର ଚେତନା ନିର୍ବିବାଦେ ଅନସ୍ବୀକାର୍ଯ୍ୟ। କବି ଅପର୍ଣ୍ଣା ମହାନ୍ତିଙ୍କ ଦୃଷ୍ଟି ସମସାମୟିକ ଜୀବନ-ଜିଜ୍ଞାସା ଏବଂ ଗଭୀର ଆତ୍ମାନୁଭଵ ସହ ଜଡ଼ିତ ଥିବାରୁ ତାଙ୍କ କବିତାରେ ଏହାର ପ୍ରତିଧ୍ଵନି ସ୍ଵତଃ ଅନୁଭୂତ ହୁଏ। ସଂଗୃହିତ କବିତା ସବୁ ଭାରତୀୟ ନାରୀ ଜୀବନର ଅତି ସାଧାରଣ ଅଥଚ ଅଭିବ୍ୟକ୍ତି ଖୋଜୁଥିବା ପ୍ରେମ ପାଇଁ ଛଟପଟ ରାଗିଣୀର ବିମୁଗ୍ଧ ବ୍ୟାକରଣ। 'ପ୍ରେମ' ଏବଂ ବିଦ୍ରୋହର ଏକାତ୍ମ କାରୁକାର୍ଯ୍ୟ ଓଡ଼ିଆ ନାରୀ-କବିତାକୁ ଦେଇପାରିଛି ଅଭିନବ ପ୍ରେରଣା। 'ପ୍ରେମ ନଥିଲେ' କବିତାରେ ସ୍ପଷ୍ଟ ଉଲ୍ଲେଖ କରି କବି କୁହନ୍ତି - "ପ୍ରେମ ନଥିଲେ କ'ଣ କରିହୁଏ ବିଦ୍ରୋହ?" ପୁରୁଷତାନ୍ତ୍ରିକ ମନଃପ୍ରବୃତ୍ତି ବିରୁଦ୍ଧରେ ନାରୀଟିଏ ପ୍ରେମରେ ବିଶ୍ଵାସ ରଖେ, ଠିକ ସେତିକିବେ...

ଦମିତ ଲୋକାଭିବ୍ୟକ୍ତିର ସରଳ ଇସ୍ତାହାର : ଅଖିଳ ଅକ୍ଷର

Image
ଦମିତ ଲୋକାଭିବ୍ୟକ୍ତିର ସରଳ ଇସ୍ତାହାର : ଅଖିଳ ଅକ୍ଷର -------------------------------------------------------------- ଅଖିଳ ଅକ୍ଷର, @ଅଖିଳ ନାୟକ (Akhil Nayak), ପଶ୍ଚିମା ପବ୍ଲିକେଶନସ୍ : ଭୁବନେଶ୍ଵର, ସଂ- ୨୦୧୭, ମୂଲ୍ୟ-୨୧୦/- ସମକାଳୀନ ଓଡ଼ିଆ କବିତାର ରସାଣିତ ଅଥଚ ସୂକ୍ଷ୍ମ ବିଚାର ଦୃଷ୍ଟିକୁ ସରଳତାର ସଂପଦରେ ମଣ୍ଡି ଦେଉଥିବା କେତେଜଣ ଯୁବ କବିଙ୍କ ମଧ୍ୟରୁ ଅଖିଳ ନାୟକଙ୍କ ଅଭିବ୍ୟକ୍ତି ପ୍ରସଂଶନୀୟ। ଉତ୍କୃଷ୍ଟ ଶବ୍ଦ-ଶିଳ୍ପୀ କବି ନାୟକଙ୍କ ରଚିତ 'ଅଖିଳ ଅକ୍ଷର' ତାଙ୍କ ଅନୁପଲବ୍ଧ (ବର୍ତ୍ତମାନ) ତଥା ପ୍ରାରମ୍ଭିକ ତିନୋଟି କବିତା ସଂକଳନ 'ଗାଧୁଆ ବେଳ', 'ଗୁଲି ଖଟି' ଏବଂ 'ଧୋବ ଫରଫର'ର ସଫଳ ସମାହାର। ଏ ସଂକଳନର କବିତା ସବୁ ପାଠକକୁ ଅନେକଗୁଡ଼ିଏ ପରିବେଶ, ପରିସ୍ଥିତି ଏବଂ ସୂକ୍ଷ୍ମତାର ବୌଦ୍ଧିକ ଉପସ୍ଥିତି ସହ ପରିଚୟ କରାଏ। ଲୋକ ସଂସ୍କୃତି ସହ ଲୋକ ଶବ୍ଦ ସବୁର ବ୍ୟବସ୍ଥିତ ପ୍ରୟୋଗ ସାଧାରଣ ମନେ ହେଉଥିଲେ ହେଁ କବି ବିଷୟବସ୍ତୁର ସମ୍ବେଦନଶୀଳତା ସହ କେବେ ସାଲିସ କରି ନାହାଁନ୍ତି। ଏକ ପ୍ରକାରେ କହିବାକୁ ଗଲେ ଜୀବନକୁ ଧରି ରଖିଥିବା ଛୋଟ-ଛୋଟ ଉପାଦାନ ସବୁର ପ୍ରତୀକାତ୍ମକ ପ୍ରୟୋଗ ତାଙ୍କ ରଚନାର ଆକାଶକୁ ଦେଇଛି ତାର୍କିକ ସଫଳତା। କବିତାର ଶୀର୍ଷକ ସବୁ ସହଜ (ଉ- ଚିର୍କୁଟ, ବଂକୁଲି ବାଡ଼ି, ଛୁଆ) ମନେ ହେଉଥିଲେ ମଧ୍ୟ ଅନ୍ତଃର୍ଜଗତ ଅତ୍ୟନ୍ତ ବ୍ୟାପକ; ଏ...

ମୋହଭଙ୍ଗୀୟ ଜୀବନାନୁଭଵ ଓ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ବଳ : ଅମୃତ ଫଳ

Image
ମୋହଭଙ୍ଗୀୟ ଜୀବନାନୁଭଵ ଓ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ବଳ : ଅମୃତ ଫଳ ----------------------------------------------------------------------------- ଅମୃତ ଫଳ, ମନୋଜ ଦାସ (Manoj Das), ବିଦ୍ୟାପୁରୀ, କଟକ, ସଂ- ୨୦୧୬, ମୂଲ୍ୟ - ୧୪୦/- ପ୍ରତିଷ୍ଠିତ 'ସରସ୍ବତୀ ସମ୍ମାନ' (୨୦୦୦) ଦ୍ବାରା ପୁରସ୍କୃତ ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କ ଉପନ୍ୟାସ 'ଅମୃତ ଫଳ' ସମସାମୟିକ ଜୀବନର ମୋହଭଙ୍ଗକୁ ଐତିହାସିକତାର ଦୃଷ୍ଟିରେ ଦେଖିବାର ଅନୁଭବ କରିଛି। ଉପନ୍ୟାସର କଥାବସ୍ତୁ ଫ୍ଲାସବ୍ୟାକ ରୀତିରେ ସମ୍ପନ୍ନ ହୋଇଥିଲେ ମଧ୍ୟ ସମାନ୍ତରାଳ ଶୈଳୀ, ବାର୍ତ୍ତାଳାପ ଶୈଳୀ, ପତ୍ରାତ୍ମକ ଆଦି  ଶୈଳୀ ସହ ଘଟଣାବଳୀ ଗୁଡ଼ିକର ନାଟକୀୟ ବିନ୍ୟାସ ଏବଂ ଉତ୍କଣ୍ଠାପୂର୍ଣ୍ଣ ସର୍ଜନାତ୍ମକ ଦକ୍ଷତା ପାଠକଙ୍କୁ ସ୍ଵତଃ ଆକୃଷ୍ଟ କରିବାରେ ସମ୍ପୁର୍ଣ୍ଣ ସମର୍ଥ ବୋଲି ମନେହୁଏ। କହିବାକୁ ଗଲେ ଆଧ୍ୟାତ୍ମିକ ଚେତନାର ଉତ୍ସକୁ ବସ୍ତୁବାଦୀ ଜୀବନର ଆଶା ଏବଂ ଆକାଂକ୍ଷା ସହ ନିଷ୍କ୍ରିୟ କରିଦେବାର ପ୍ରକୃତିରୁ ଏ ମହାଗାଥା ନୈରାଶ୍ୟ ଭାବକୁ ବିରୋଧ କରେ। ଯେଉଁ ପ୍ରକାଶ୍ୟ/ଅପ୍ରକାଶ୍ୟ ଆଶା ଓ ଆକାଂକ୍ଷାର ପ୍ରତୀକ ରୂପରେ ଔପନ୍ୟାସିକ 'ଅମୃତ ଫଳ'କୁ ନେଇଛନ୍ତି, ତାହା ବାସ୍ତବିକ ଜୀବନର ଅନୁଭବରୁ ଜାତ। ଦୁଇ ହଜାର ବର୍ଷ ତଳର ଚଣ୍ଡମୁନି, ମାଳବିକା ଆଦି ଗୌଣ ଚରିତ୍ରଙ୍କ ପ୍ରତୀକାତ୍ମକ ପ୍ରୟୋଗ ମଧ୍ୟରେ ରାଜା ଭର୍ତ୍ତୃହର...

ଋଢ଼ିବାଦୀ ପରମ୍ପରା ବିରୁଦ୍ଧରେ ଘନୀଭୂତ ପ୍ରେମ ଓ ଅନ୍ତଃର୍ବ୍ୟଥାର ପ୍ରଶ୍ନିଳ କାହାଣୀ : ବୈଶ୍ରବଣୀ (ସୂର୍ପଣଖାର ସୁପ୍ତ ଇସ୍ତାହାର)

Image
ଋଢ଼ିବାଦୀ ପରମ୍ପରା ବିରୁଦ୍ଧରେ ଘନୀଭୂତ ପ୍ରେମ ଓ ଅନ୍ତଃର୍ବ୍ୟଥାର ପ୍ରଶ୍ନିଳ କାହାଣୀ : ବୈଶ୍ରବଣୀ ------------------------------------------------------------------------------------------------ ବୈଶ୍ରବଣୀ, ମମତାମୟୀ ଚୌଧୁରୀ (Mamatamayee Choudhuri), ନବଦିଗନ୍ତ, କଟକ, ସଂ-୨୦୦୯, ମୂଲ୍ୟ- ୬୫/- ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଦ୍ଵାରା ପୁରସ୍କୃତ ଚର୍ଚ୍ଚିତ ଲେଖିକା ମମତାମୟୀ ଚୌଧୁରୀଙ୍କ ଉପନ୍ୟାସ 'ବୈଶ୍ରବଣୀ' ବାମାବାଦୀ ବିଚାରଧାରା ମାଧ୍ୟମରେ ମିଥକୀୟ ସଂସ୍କୃତିକୁ ତାର୍କିକ ସଫଳତା ଦେବାରେ ସମର୍ଥ ହୋଇପାରିଛି। ଆର୍ଯ୍ୟ ଏବଂ ରକ୍ଷ ସଂସ୍କୃତିର ସଂଘର୍ଷମୂଳକ, ଏତେ ବିସ୍ତୃତ ଆଖ୍ୟାୟିକ ାକୁ ପରିଚୟାତ୍ମକ ରୂପ ଦେଲାବେଳେ ତାଙ୍କୁ ନିଶ୍ଚିତ ଭାବରେ କଠିନ ଶ୍ରମ କରିବାକୁ ପଡ଼ିଥିବ : ଏଥିରେ ଦ୍ବିମତ ନାହିଁ। ରାମାୟଣର ଏକ ଗୌଣ ଚରିତ୍ର 'ସୂର୍ପଣଖା'ର ଉଦ୍ଦାତ୍ତ ଚରିତ୍ରକୁ ବ୍ୟାଖ୍ୟା କରୁଥିବା ଏ ମହାଗାଥା ଋଢ଼ିବାଦୀ ପରମ୍ପରା ବିରୁଦ୍ଧରେ ଜଣେ ସାଧାରଣ ନାରୀର ଅନ୍ତଃର୍ବ୍ୟଥାତ୍ମକ ପ୍ରଶ୍ନିଳ ଅଭିବ୍ୟକ୍ତିକୁ ଜୀବନ୍ତ କାହାଣୀରେ ରୂପାୟିତ କରିଛି। ଆତ୍ମକଥନ ଶୈଳୀରେ ରଚିତ ଏହାର କଥାବସ୍ତୁ ବିସ୍ତୃତ ଭାବେ ସୂର୍ପଣଖାର ଆଖପାଖରେ ହିଁ ରହୁଛି। ସମାଜରେ ପ୍ରଚଳିତ ରକ୍ଷ ସଂସ୍କୃତିକୁ ଦେଖୁଥିବା ସାଧାରଣ ମଣିଷର ବିଚାର ଦୃଷ୍ଟିର ଢ଼େର ଉର୍ଦ୍ଧ୍ବରେ ଡ଼. ଚୌଧୁରୀଙ୍କ ପ୍ରତି ସ...