Posts

Showing posts from November, 2019

ତୁଳନାତ୍ମକ ଗବେଷଣାର ବିଭିନ୍ନ ପ୍ରେକ୍ଷାପଟ୍ଟ

Image
ତୁଳନାତ୍ମକ ଗବେଷଣାର ବିଭିନ୍ନ ପ୍ରେକ୍ଷାପଟ୍ଟ           ଗବେଷଣା ଏକ ସୁସ୍ଥ ମାନସିକ ଜିଜ୍ଞାସାର କ୍ରମବଦ୍ଧ ମୌଳିକ ଅନ୍ଵେଷଣ । ନୂତନ ଜ୍ଞାନ , ତଥ୍ୟ , ବିଚାର , ରହସ୍ୟ ଏବଂ ସ୍ଥାପନା-ସିଦ୍ଧାନ୍ତ ଭଳି ଅବବୋଧ ବିଷୟକ ସନ୍ଧାନରେ ପ୍ରୟୋଗ କରାଯାଉଥିବା ବିଧିବଦ୍ଧ କାର୍ଯ୍ୟ ପ୍ରଣାଳୀ ହିଁ ଗବେଷଣା ଅଟେ। ଗବେଷଣାର ବିଭିନ୍ନ ବିଭାଗ ମାନକ ମଧ୍ୟରୁ ତୁଳନାତ୍ମକ ଗବେଷଣାର ମହତ୍ଵ ଏବଂ ବ୍ୟାପ୍ତି ସ୍ଵତନ୍ତ୍ର। ସାଧାରଣତଃ ତୁଳନାତ୍ମକ ଶବ୍ଦର ପ୍ରୟୋଗ ‘ ତୁଳନା ’ ଅର୍ଥରେ ଆମେ ବୁଝିଥାଉ। ସାମ୍ୟ ଏବଂ ବୈଷମ୍ୟର ମାପକାଠିରେ ଆମେ କେବଳ ଦୁଇଟି ବସ୍ତୁ ବା ଜ୍ଞାନ ଆଦିର ତୁଳନା ହିଁ କରିଥାଉ , କିନ୍ତୁ ଯେତେବେଳେ ତୁଳନାତ୍ମକ ଗବେଷଣାର ପ୍ରଶ୍ନ ଆସେ , ସେତେବେଳେ ଆମେ ସାମ୍ୟ ଏବଂ ବୈଷମ୍ୟର ଏକୀକରଣ କରି ଏକ ସ୍ଵୟଂ ସଂପୂର୍ଣ୍ଣ ତଥା ସ୍ଵତନ୍ତ୍ର ତଥ୍ୟଭିତ୍ତିକ ସିଦ୍ଧାନ୍ତରେ ଉପନୀତ ହେବାକୁ ଚେଷ୍ଟା କରିଥାଉ। ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ପ୍ରଫେସର ନରେନ୍ଦ୍ର ନାଥ ମିଶ୍ର କୁହନ୍ତି – “ଦୁଇ ବା ତତୋଧିକ ସାହିତ୍ୟ ମଧ୍ୟରେ ସମ୍ପର୍କର ଧାରା ବିଶ୍ଳେଷଣ ହିଁ ତୁଳନାତ୍ମକ ସାହିତ୍ୟର ଏକ ଅନ୍ୟତମ ଲକ୍ଷ୍ୟ।”( ଡକ୍ଟର ଦେବୀ ପ୍ରସାଦ ଶତପଥୀ(ସମ୍ପାଦନା) , ତୁଳନାତ୍ମକ ସାହିତ୍ୟ : ଦୃଷ୍ଟି ଓ ଦିଗନ୍ତ , ପୃଷ୍ଠା – ୧୨) ଆମେ କହିପାରିବା ଏକ ବା ଏକାଧିକ (ଭାଷା , ବ୍ୟକ୍ତ...