Posts

Showing posts from September, 2019

ସେ ଆତ୍ମହତ୍ୟା କରିଦେଲା

Image
ସେ ଆତ୍ମହତ୍ୟା କରିଦେଲା  ଗୋଟିଏ ଜୀବନ ଥିଲା  ସେ ହସୁଥିଲା... ଆତ୍ମହତ୍ୟା କରିଦେଲା  ସେ ଜାଣିଥିଲା ଏ ଜୀବନଟା ଇଶ୍ଵରଙ୍କର  ସେ ଜାଣିଥିଲା ତା ପାଖରେ ଅନେକ ଶକ୍ତି ଅଛି ସେ ଜାଣିଥିଲା ଇଶ୍ଵର ବିଶ୍ଵାସଘାତକ ନୁହଁନ୍ତି  ହେଲେ ସେ ଆତ୍ମହତ୍ୟା କରିଦେଲା       (୧) ତାକୁ କୁହାଯାଇଥିଲା  ତା'ର ମୂଲ୍ୟ ଅନେକ ବୋଲି  ସେ ସାରା ଜୀବନ ସଂଘର୍ଷ କରୁଥିଲା  ପଶା ଖେଳ ପୂର୍ବରୁ ପାଞ୍ଜି ଦେଖୁ ନଥିଲା, ଆତ୍ମସ୍ଵାଭିମାନର ରକ୍ତ-ମାଂସ-ହାଡ଼ ସବୁକୁ ବାଜିରେ ଲଗେଇଦେଉଥିଲା, ସେ ଗରୀବ ନଥିଲା, ସେ ଆତ୍ମହତ୍ୟା କରିଦେଲା।               (୨) ତାକୁ ଜଣାଇ ଦିଆଯାଇଥିଲା  ସବୁ ଭୋଗ୍ୟ ବସ୍ତୁ କେବଳ ତା'ର, ମା-ବାପା-ଭାଇ-ଭଉଣୀ, ଅନ୍ତରର ମିତ୍ର ସମସ୍ତଙ୍କ ଉପରେ କେବଳ ତା'ରି ଅଧିକାର ଅଛି, ଏମିତିକି ଜନ୍ମ-ଜୀବନ ଆଉ ମରଣ ଉପରେ ବି... ସେ ବିବ୍ରତ ନଥିଲା ସେ ଆତ୍ମହତ୍ୟା କରିଦେଲା               (୩) ମୁକ୍ତିର ବାଟ ତାକୁ ଜଣା ଥିଲା  ସେ ଜ୍ଞାନୀ ଥିଲା  ସେ ବୁଦ୍ଧିମାନ ଥିଲା  ସେ ଈଶ୍ଵରଙ୍କ ବରଦାନ ଥିଲା ସେ ଦୁର୍ବଳ କିମ୍ବା ଦୁଖୀ ବି ନଥିଲା କିନ୍ତୁ ସେ ଡରକୁଳା ଥିଲା ...

କବିତା : ବନ୍ଧୁ

କବିତା : ବନ୍ଧୁ  ବନ୍ଧୁ ତୁମେ ହେଲ ଦୂର... ନିରୁତ୍ତର ହେଲି  ପରିସ୍ଥିତି ବାଧ୍ୟ କଲା... ତୁମେ ଗଲ ଚାଲି  ବନ୍ଧୁତାର ଶେଷ ପୁଷ୍ପ... କରୁଛି ଅର୍ପଣ  ଯିବାପରେ ମୋର ବନ୍ଧୁ... କରିବ ସ୍ମରଣ।                  @ଦିବ୍ୟ ରଞ୍ଜନ ସାହୁ