ଚନ୍ଦ୍ରସେଣା

ଚନ୍ଦ୍ରସେଣା
ଆସିଯାଏ କେହି ଜଣେ
ନିତାନ୍ତ ଅପରିଚିତ 
ଶବ୍ଦ ପରେ ଶବ୍ଦ 
ଘାଣ୍ଟି ହୁଏ 
ନିବେଦିତ ପ୍ରେମ ହୁଏ ଯେଣୁ 
ଅବ୍ୟକ୍ତ 
ସେତେବେଳେ ମୁରୁକି ହସିବା ଛଡା 
ଆଉ କିଛିବି ନଥାଏ 
ତା' ପାଖରେ। 
ସତ କହୁଛି
ଚହଲା ପାଣିରେ ମୁହଁ ଦେଖିଲା ପରେ
ପଛକୁ ଫେରିବାକୁ କେତେ ଇଛା ହୁଏ 
ସବୁତକ ପ୍ରେମକୁ ସାଉଣ୍ଟି
ଯେତେବେଳେ କୋଳେଇବାର ସ୍ଵପ୍ନ ଦେଖେ 
ସକାଳ ହୋଇସାରିଥାଏ 
ଘର ଛାଡି ଉଡିଯାଉଥିବା ପକ୍ଷୀଙ୍କ ମେଳରେ
ମତେ ବି' ଇଛା ହୁଏ 
ଚାଲିଯିବାକୁ 
ଦୂରକୁ ...
ବହୁଦୂରକୁ...
ତୁମ ଦୁହିଙ୍କ ଅଗୋଚରରେ।  (୧)


Comments

Popular posts from this blog

ପିତୃସତ୍ତାର ହୁଙ୍କାର ମଧ୍ୟରେ ସମକାଳୀନ ନାରୀ ସ୍ଵର : ଅପର୍ଣ୍ଣା ମହାନ୍ତିଙ୍କ ଜୋରଦାର ପ୍ରତ୍ୟୁତ୍ତର

ଜନଜାତି ସଂସ୍କୃତିରେ ଜିଜୀବିଷାର ସଂଘର୍ଷ : ‘ସେଁରରା’ର ଆଞ୍ଚଳିକ ଆବେଦନ