ଚନ୍ଦ୍ରସେଣା
ଚନ୍ଦ୍ରସେଣା ଆସିଯାଏ କେହି ଜଣେ ନିତାନ୍ତ ଅପରିଚିତ ଶବ୍ଦ ପରେ ଶବ୍ଦ ଘାଣ୍ଟି ହୁଏ ନିବେଦିତ ପ୍ରେମ ହୁଏ ଯେଣୁ ଅବ୍ୟକ୍ତ ସେତେବେଳେ ମୁରୁକି ହସିବା ଛଡା ଆଉ କିଛିବି ନଥାଏ ତା' ପାଖରେ। ସତ କହୁଛି ଚହଲା ପାଣିରେ ମୁହଁ ଦେଖିଲା ପରେ ପଛକୁ ଫେରିବାକୁ କେତେ ଇଛା ହୁଏ ସବୁତକ ପ୍ରେମକୁ ସାଉଣ୍ଟି ଯେତେବେଳେ କୋଳେଇବାର ସ୍ଵପ୍ନ ଦେଖେ ସକାଳ ହୋଇସାରିଥାଏ ଘର ଛାଡି ଉଡିଯାଉଥିବା ପକ୍ଷୀଙ୍କ ମେଳରେ ମତେ ବି' ଇଛା ହୁଏ ଚାଲିଯିବାକୁ ଦୂରକୁ ... ବହୁଦୂରକୁ... ତୁମ ଦୁହିଙ୍କ ଅଗୋଚରରେ। (୧)