Popular posts from this blog
ପିତୃସତ୍ତାର ହୁଙ୍କାର ମଧ୍ୟରେ ସମକାଳୀନ ନାରୀ ସ୍ଵର : ଅପର୍ଣ୍ଣା ମହାନ୍ତିଙ୍କ ଜୋରଦାର ପ୍ରତ୍ୟୁତ୍ତର
ପିତୃସତ୍ତାର ହୁଙ୍କାର ମଧ୍ୟରେ ସମକାଳୀନ ନାରୀ ସ୍ଵର : ଅପର୍ଣ୍ଣା ମହାନ୍ତିଙ୍କ ଜୋରଦାର ପ୍ରତ୍ୟୁତ୍ତର କବିତା ସମୟର ସାର୍ଥକ ଅଭିବ୍ୟକ୍ତି। କେତେବେଳେ ଆମ ଆଗରେ , ତ ’ କେତେବେଳେ ଆମ ପଛରେ , ଆଉ ବେଳେବେଳେ ଆମ ସାଥିରେ ତା ’ ର ଉପସ୍ଥିତି । ସାର୍ଥକ କବିତାର ମାନବୀୟ ମନ ସଂବେଦନାର ଅନ୍ତଃକରଣକୁ ଭେଦ କରି , କୌଣସି ବାଦ କିମ୍ବା ଆନ୍ଦୋଳନରେ ସୀମାବଦ୍ଧ ନରହି ଗୋଟିଏ ବୃହତ୍ତର ଜୀବନ ଜିଜ୍ଞାସାକୁ ଆଲିଙ୍ଗନ କରେ। ଏହାର କାରଣ କବିତାର ଆଭ୍ୟନ୍ତର ଜଗତ ଅତ୍ୟନ୍ତ ବ୍ୟାପକ ଏବଂ ପରିପୃଷ୍ଟ ହୋଇଥାଏ। ପ୍ରତ୍ୟେକ ଭାରତୀୟ ଭାଷାରେ ରଚିତ ସାହିତ୍ୟର ନିଜସ୍ୱ ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଓଡ଼ିଆ କାବ୍ୟ ସାହିତ୍ୟର ଇତିହାସରେ ସମକାଳୀନ ଅଥବା ବର୍ତ୍ତମାନ ପ୍ରେକ୍ଷାପଟ୍ଟରେ ଲେଖାଯାଉଥିବା କବିତା କାଳଖଣ୍ଡର ସାର୍ଥକ ସ୍ଵାକ୍ଷର ରହିଛି। ‘ ସମକାଳୀନତା ’ କୁ ଏକ ପ୍ରକାରର ସମୟ ସାପେକ୍ଷ ଅବଧାରଣା ରୂପରେ ଗ୍ରହଣ କରାଯାଇପାରେ। ଏ ପରିପ୍ରେକ୍ଷୀରେ ସମକାଳୀନ ଓଡ଼ିଆ କବିତା ନିଜ ଭୂଖଣ୍ଡର ତତ୍କାଳୀନ ସାମାଜିକ , ଆର୍ଥିକ , ରାଜନୈତିକ ପରିସ୍ଥିତିଗୁଡ଼ିକ ଦ୍ଵାରା ନିଶ୍ଚିତ ରୂପେ ପ୍ରଭାବିତ। ସାଧାରଣତଃ ଦେଖିବାକୁ ଗଲେ ୧୯୭୦ ମସିହା ପର ଠାରୁ ସମକାଳୀନ ଓଡ଼ିଆ କବ...
ଜନଜାତି ସଂସ୍କୃତିରେ ଜିଜୀବିଷାର ସଂଘର୍ଷ : ‘ସେଁରରା’ର ଆଞ୍ଚଳିକ ଆବେଦନ
ଜନଜାତି ସଂସ୍କୃତିରେ ଜିଜୀବିଷାର ସଂଘର୍ଷ : ‘ ସେଁରରା ’ ର ଆଞ୍ଚଳିକ ଆବେଦନ ଗଳ୍ପ ବା କାହାଣୀକୁ ଯେ କୌଣସି ସ୍ଵତନ୍ତ୍ର ଅବା ସାର୍ଥକ ସଂଜ୍ଞା ଦ୍ଵାରା ଅନାବୃତ୍ତ କରିବା ସମ୍ଭବପର ନୁହେଁ । ଏହା ଏପରି ଏକ ରଚନାତ୍ମକ କୌଶଳ , ଯେଉଁଥିରେ ଲେଖକ କୌଣସି ନା କୌଣସି ଘଟଣା ଅଥବା ମନୋଦୃଷ୍ଟିକୁ ପାଠକର ସାମ୍ନାକୁ ଆଣି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଥାଏ । ସେହି ଉଦ୍ଦେଶ୍ୟର ସଫଳତା ପାଇଁ ସେ ନିଜର ଚରିତ୍ର ମାନଙ୍କୁ ସପ୍ରସଙ୍ଗ ଗଢିଥାଏ। କଥାବସ୍ତୁର ସମଗ୍ରତାରେ ଯୋଡିଦିଏ ବାତାବରଣର ସୌକୁମାର୍ଯ୍ୟ ସୌନ୍ଦର୍ଯ୍ୟକୁ । ନିଜ ପସନ୍ଦର ଶୈଳୀ ବିନ୍ୟାସରେ ଅଳଙ୍କୃତ କରେ କଥାବସ୍ତୁର କଳେବରକୁ । ସମଗ୍ର ଭାରତୀୟ ସାହିତ୍ୟରେ ଗଳ୍ପ(କାହାଣୀ)ର ସ୍ଵତନ୍ତ୍ର ମର୍ଯ୍ୟାଦା ରହିଛି। ଏ ଧାରାରେ ସମସାମୟିକ ଓଡ଼ିଆ ଗଳ୍ପ ସାହିତ୍ୟରେ , ଯୁବ ତଥା ପ୍ରତିଭାବାନ୍ ଶବ୍ଦ ଶିଳ୍ପୀ ଡିଲେଶ୍ଵର ରଣାଙ୍କ ଗଳ୍ପ ସବୁ ଏକ ନିଜସ୍ୱ ବୈଶିଷ୍ଟ୍ୟସମ୍ପର୍ଣ୍ଣ ପରିଚିତି ବହନ କରେ । ଆଞ୍ଚଳିକ ଗଳ୍ପ ଲିଖନ ପରମ୍ପରାର ନୂତନ ଅଧ୍ୟାୟ ସୃଷ୍ଟି କରୁଥିବା ଡିଲେଶ୍ଵରଙ୍କ ଅନୁଭୂତି ତାଙ୍କ ଲେଖନୀରେ ସ୍ଵତଃ ପରିସ୍ଫୁଟ। ଗ୍ରାମ୍ୟସତ୍ତା ପ୍ରତି ଥିବା ଅଦ୍ଭୁତ ଆକର୍ଷଣ , ଆଞ୍ଚଳିକ ପରମ୍ପରା ଓ ସଂସ୍କୃତିର ଶବ୍ଦ ସମ୍ଭାରକୁ ପାଠକକୁ ଭେଟିଦେବା ନିଶ୍ଚିତ ଶ୍ରମସାଧ୍ୟ ବିଷୟ । ଆପଣାପଣ ଯେପରି ଅବ୍ୟକ୍ତ ଠିକ୍ ସ...
Comments
Post a Comment